ନମସ୍କାର ଦର୍ଶକବନ୍ଧୁ ଆପଣଙ୍କୁ ଆମ ପୋର୍ଟାଲକୁ ସ୍ବାଗତ ।
ଆଜ୍ଞା ଆମେ ସମସ୍ତେ ଭାରକ୍ରାନ୍ତ ଜୀବନକୁ ଟିକେ ଶିଥିଳ
କରିବା ପାଇଁ ଟିକେ ହସିବାକୁ କିମ୍ବା ହସେଇବାକୁ ଭଲ ପାଆନ୍ତି ,
ସେଥିପାଇଁ ଆମେ ଅଧିକାଂଶ ସମୟ ମୋବାଇଲରେ
କମେଡି ସିନ ଦେଖିବାକୁ ଭଲ ପାଆନ୍ତି , ସେଥି ପାଇଁ
ଆମେ ସୋସିଆଲ ମିଡିଆରେ ସବୁବେଳେ କଣ ଦେଖିଲେ
ଟିକେ ଖୁସି ଲାଗିବା ସେ ଦିଗରେ ଟିକେ ଧ୍ୟାନ ଦେଇଥାନ୍ତି , ଓଡିଆ, ହିନ୍ଦୀ
ଭାଷାରେ କମେଡି ସିନ ଦେଖିଥାନ୍ତି ।
ହିନ୍ଦୀ ଭାଷା ରେ କେତେବେଳେ ଛୋଟୁ ଦାଦା , ଅମିତ ଭାଡେନା ,
ବିବି କେ ଭାଇନସ , ଆଶିଷ ଚଞ୍ଚଳୀ , କେରି ମିନତୀ ,
ଏମିତି ଅନେକ youtuber ମାନଙ୍କ ଭିଡିଓ ଦେଖିବାକୁ ଭଲ ପାଆନ୍ତି ।
ହିନ୍ଦୀ ସିନେମା କମେଡି ସହ ଓଡିଆ ଫିଲ୍ମ କମେଡି ମଧ୍ୟ ଦେଖନ୍ତି ,
ଯାତ୍ରା ରେ କମେଡି ତ ଆହୁରି ମଜାଲାଗେ କାରଣ
ଯାତ୍ରା ଯାହା ଦେଖିବେ ଆପଣ ସିଧା ସାମନାସାମନୀ,
ଯାତ୍ରା ରେ ମଧ୍ୟ ଅନେକ ନାମିଦାମୀ କମେଡିଆନ ଅଛନ୍ତି,
ଯେମିତି କି ଅତୀତର ହାସ୍ୟ ସମ୍ରାଟ ମଣିଭଦ୍ର ବିଶ୍ବାଳ , ଜଗା ରାଉତ ଏବଂ
ବର୍ତ୍ତମାନର ବ୍ରଜ ପାଣି , ରବିଶତପଥୀ , ଦୟାନିଧି, ପଦ ରାଉତ, ଭିକାରି ,
ନରି ପଣ୍ଡା , ଗୁରିଆ , ମୁନା ଏପରି ଅନେକ ହାସ୍ୟ ଅଭିନେତା ଅଛନ୍ତି
ଠିକ ସେହିପରି ଯାତ୍ରା ଜଗତରେ କିଛି ନାରୀ ହାସ୍ୟ ଅଭିନେତ୍ରୀ ଅଛନ୍ତି
ଯେପରିକି କଣ୍ଢେଇ, ଟୁକୁ, ଶସି , ଜିନା ,
ରୁନୁ ମଧ୍ୟ ବେଶ ଚର୍ଚିତା , ଏବେ ଆସନ୍ତୁ ଯୁଗ ଉପଯୋଗୀ
କମେଡି ଛୁଙ୍କ ବାଣ୍ଟୁଥିବା କମେଡି ଯୋଡି କୋଣାର୍କ ଗଣନାଟ୍ୟରେ
ସୁନାମ ଅର୍ଜନ କରିସାରିଲେଣି
ଅତୀତରେ ଆପଣ ଶୁଣିଥିବେ କଣ କଲାସେ,
କିନଦୀ ନାଗିଯେ , ଆଉ ଲାଇଟ ଟା , ପରି ଏବେ ଆଉ ଗୋଟେ
ଶବ୍ଦ ଚର୍ଚା କୁ ଆସିଛି ନାଲି ଆମ୍ବ ,
ଏବେ ଆସନ୍ତୁ ଦେଖିବା ଆଉ ଟିକେ ହସିବା କଣ
କେମିତି ନାଲି ଆମ୍ବକୁ ନେଇ ଉପସ୍ଥାପନା କରୁଛନ୍ତି ପଦ ରାଉତ ,
ଆଉ ରୁନୁ ।
ଏମତି ନୂଆ ନୂଆ ଯାତ୍ରା ତଥ୍ୟ ପାଇବାପାଇଁ
ଆମ ଚାନେଲ କୁ subscribe କରନ୍ତୁ
ଆମ ଫେସବୁକ୍ ପେଜକୁ like କରନ୍ତୁ ।
ଆମ ପୋଷ୍ଟ ପଢି ଥିବାରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ
ଜୟ ଜଗନ୍ନାଥ




0 Comments