ନମସ୍କାର ଦର୍ଶକବନ୍ଧୁ ଆମ ୱେବ ସାଇଟ କୁ ଆପଣଙ୍କୁ ସ୍ବାଗତ ।
ଆଜି ଆମେ କିଛି ଯାତ୍ରା ଜଗତର ବର୍ଷିୟାନ କଳାକାର ଙ୍କ
ଜିବନୀ ବିଷୟରେ ଜାଣିବା , ଆଜ୍ଞା ମୁଁ କହୁଛି ବାଲେଶ୍ବର ଜିଲ୍ଲାର
କିଛି ନାମକରା କଳାକାର ଙ୍କ କଥା
ଓଡ଼ିଶାରେ ଅନେକ ସ୍ଥାନରେ କଳାକାର ଅଛନ୍ତି କିନ୍ତୁ ବାଲେଶ୍ବର ଆଉ ଭଦ୍ରକ
କଳାକାର ଙ୍କ ସ୍ବତନ୍ତ୍ର ପରିଚିତ ରହିଛି , ଯେମିତିକି ନାଟ୍ୟାଚାର୍ଜ୍ୟ
ଶ୍ରୀ ରଘୁନାଥ ପଣ୍ଡା , ଶ୍ୟାମସୁନ୍ଦର ରାଉତ , କୃଷ୍ଣ ପ୍ରସାଦ ବେହେରା ,
ଲୋକନାଥ ଲେଙ୍କା , ଦୈତାରୀ ପଣ୍ଡା ଅନ୍ୟତମ ।
ଆଜିର ଆଲୋଚନା ଏଇ କିଛିବର୍ଷ ହେଲା ନିଜ ଶାରୀରିକ ଅସୁସ୍ଥତା ହେତୁ
ଯାତ୍ରା ଜଗତର ବରିଷ୍ଠ କଳାକାର ଶ୍ରୀ ଲୋକନାଥ ଲେଙ୍କା
ଯାତ୍ରା ଅନୁଷ୍ଠାନରୁ ଓହରି ଯାଇଛନ୍ତି ।
ତେଣୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ
ବାଲେଶ୍ବର ଜିଲ୍ଲା ଖଇରା ନିକଟସ୍ଥ କେନ୍ଦୁ ଭଦଳି ଗ୍ରାମରେ
ଏକ ସମ୍ବର୍ଧିତ ଉତ୍ସବ ଡ଼୍ ଆୟୋଜନ କରାଯାଇଛି
![]() | ||
| ଲୋକନାଥ ଲେଙ୍କା |
ଏହି ମହୋତ୍ସବରେ ଲୋକନାଥ ଲେଙ୍କା 1992 ମସିହାର
ସଂଳାପ କହି ଯାତ୍ରା ପ୍ରେମୀଙ୍କୁ କିମିଆଁ କରିଥିଲେ
ଗୁରୁ ଗମ୍ଭୀର ସ୍ଵରରେ ଅନର୍ଗଳ ଡାଇଲଗରେ ଯାତ୍ରା ମଞ୍ଚ ପ୍ରକମ୍ପିତ
କରି ଦର୍ଶକଙ୍କ ଆଦୃତ ହେଇଥିଲେ ।
ଯୋଉ ନାଟକରେ ସେ ନାନା ଗୁଣ୍ଡା ଚରିତ୍ରରେ ଅଭିନୟ କରିଥିଲେ
ସେ ନାଟକ ର ସଂଳାପ କହି ଦର୍ଶକଙ୍କୁ ଚକିତ କରିଥିଲେ
ବେସାହାରା ଚରିତ୍ର ର ମନଛୁଆଁ ଅଭିନୟ ତାଙ୍କର ବେଶ
ଖୁସି ଦେଇଥିଲା ରାତିର ଝିଲମିଲ ଆଲୁଅରେ ।
ଯାତ୍ରା ମଞ୍ଚଠୁ ଦୂରରେ ରହି ମଧ୍ୟ କଳା କୁ ଭୁଲିପାରୁନାହାନ୍ତି ଶ୍ରୀ ଲେଙ୍କା
ରାତି ହେଲେ ମେକପ୍ ନେବା ସମୟରେ ଆଜି ବି ତାଙ୍କର ମନେ ପଡି
ଯାଉଛି ନିଜ ପେଶାକୁ ଯାହା ଆଜି ତାଙ୍କୁ ପରିଚିତ କରେଇଥିଲା
ଯାତ୍ରାପ୍ରେମୀଙ୍କ ଗହଣରେ ।
ସବୁଠାରୁ ବଡ କଥାହେଲା ଯାତ୍ରା ଜଗତର ଟାଇଗର ଦୈତାରୀ ପଣ୍ଡା
ମଧ୍ୟ ତାଙ୍କୁ ସମ୍ମାନ କରନ୍ତି , ବଡ ଭାଇର ଆସନରେ ବସେଇଛନ୍ତି ।
ଦୈତାରି ପଣ୍ଡାଙ୍କ ଅଂଚଳରେ ଯାତ୍ରା ପାର୍ଟି ଆସିଥିବା ଯୋଗୁଁ ଆଜି
ନିଜ ମାଟିର ପ୍ରତିଭାଙ୍କୁ ମଞ୍ଚରେ ସମ୍ମାନୀତ କରିଛନ୍ତି
ଅଧିକ ଜାଣିବା ପାଇଁ ଆମ ଚାନେଲ କୁ subscribe କରନ୍ତୁ ।
ଆମ facebook ପେଜକୁ like , follow କରନ୍ତୁ




0 Comments