ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ସ୍ଵାଗତ
ଆଜି ଆମେ ଜାଣିବା ଓଡ଼ିଶା ଯାତ୍ରା ଜଗତର ଦୁଇଟି
ପାର୍ଟି ର କଳାକାର ଙ୍କ ବନ୍ଧୁ ମିଳନ ର କିଛି ମୁହୂର୍ତ
ଯାତ୍ରା ପରିସମାପ୍ତି ହେଲା ପରେ କେମିତି ଖୁସିର ସହ
ପରସ୍ପର ଠାରୁ ବିଦାୟ ନଉଛନ୍ତି ।
ଆଜ୍ଞା ହଁ ଏମିତି ବହୁତ କମ ମୁହୂର୍ତ ଆସିଥାଏ ପରସ୍ପର ଭିତରେ
ଭାବ ଆଦାନପ୍ରଦାନ କରିବା ସୁଯୋଗ ବହୁତ କମ ମିଳେ ,
କାରଣ ଏମିତି କିଛି ଜାଗା ଅଛି ଯୋଉଠି ଏକାଧିକ ଯାତ୍ରା
ଅନୁଷ୍ଠାନକୁ ନିମନ୍ତ୍ରଣ କରିଥାନ୍ତି ଆଉ ମାହୋଲ ଜମେଇଥାନ୍ତି ।
କେଉଁଝର ଜିଲ୍ଲା ଖୁଣ୍ଟାପଡା ମକର ମେଳା ବିଷୟରେ ଆପଣ
ଶୁଣିଛନ୍ତି କି ଯୋଉ ମେଳା ମହୋତ୍ସବ ରେ ହଜାର ହଜାର ସଂଖ୍ୟାରେ
ଏକତ୍ରିତ ହେଇ ମେଳାର ମଜା ନେଇଥାନ୍ତି ,
ପ୍ରଥମ ବିଭାଗରେ ଯାତ୍ରା ଜଗତର
ରାଜଧାନୀ ମାଟିର ଅନୁଷ୍ଠାନ ଶ୍ରୀ ପବିତ୍ର ପାତ୍ରଙ୍କ
ରାଜଧାନୀ ଅପେରା ଯାତ୍ରା ପରିବେଷଣ କରିସାରିବା ପରେ
ଶେଷ ସ୍ତରରେ ଯାତ୍ରା ଜଗତର ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ ଯାତ୍ରା ବାଦଶାହା
କୋଣାର୍କ ଗଣନାଟ୍ୟ କୁ ଯାତ୍ରା ପରିବେଷଣ କରିବା ପାଇଁ
ସ୍ବାଗତ କରିଥିଲେ ଖୁଣ୍ଟାପଡ଼ା ଯାତ୍ରା କମିଟି କର୍ମକର୍ତା
କୋଣାର୍କ ଗଣନାଟ୍ୟ କଟକ ଜିଲ୍ଲା ବଡ଼ମ୍ବା ଗୋପୀନାଥପୁର ଯାତ୍ରା
ସାରି କେଉଁଝର ଜିଲ୍ଲା ଖୁଣ୍ଟାପଡା ରେ ପହଞ୍ଚିଥିଲା , ଯାହା ଦ୍ବାରା
ଉଭୟ ପାର୍ଟି କଳାକାରଙ୍କ ଦେଖା ସାକ୍ଷାତ ହେଇଥିଲା ।
ସେହି ବନ୍ଧୁ ମିଳନ ରେ ରାଜଧାନୀ ଅପେରା ର ନାୟିକା ଟିକିଲି,
ଗାୟିକା ସିଲନ , ଅଭିନେତ୍ରୀ ମିଲି ସମେତ ପ୍ରାୟ କଳାକାର ଙ୍କ
ସହ କୋଣାର୍କ ଗଣନାଟ୍ୟ ଉପସ୍ଥାପକ କ୍ରୀଷ୍ଣା କୁମାର , କୋରିଓଗ୍ରାଫର
କାଳିଆ ସାର , ଅଲରାଉଣ୍ଡର ଶ୍ରୀଧର ଉପସ୍ଥିତ ଥିଲେ ।
ବନ୍ଧୁ ଗଣ ଏମିତି ନୂଆ ନୂଆ ଭିଡିଓ ଦେଖିବା ପାଇଁ
ଆମ ଚାନେଲ କୁ subscribe କରନ୍ତୁ
ଆଉ facebook ପେଜକୁ like ଓ
follow କରନ୍ତୁ ।
ଆମ ପେଜ visit କରିଥିବା ରୁ
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ଜୟ ଜଗନ୍ନାଥ




0 Comments