ନମସ୍କାର ଦର୍ଶକବନ୍ଧୁ ଆପଣଙ୍କୁ ନୂଆ ଅଧ୍ୟାୟ କୁ ସ୍ବାଗତ
ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ ।
ଆମେ ସମସ୍ତେ କଳା ଓ କଳାକାର ଙ୍କୁ ଭଲ ପାଉ
ଅନେକ ଦୁରରୁ ଆମେ ନାଟକ ଦେଖିବାକୁ ଆସୁ
କାରଣ ନାଟକ ଦେଖିବାରେ ଅନେକ ଖୁସି ଲାଗେ
ଆପଣ ଲକ୍ଷ୍ୟ କରିଥିବେ ଯାତ୍ରା ପ୍ରେକ୍ଷାଳୟ କୁ ହଜାର ହଜାର ସଂଖ୍ୟାରେ
ଦର୍ଶକ ବନ୍ଧୁ ମନୋରଂଜନ କରିବାକୁ ଆସନ୍ତି
କାରଣ ନାଟକରେ ସାମାଜିକ ନୀତିଶିକ୍ଷା ଓ ଅନୁଚିନ୍ତା ମୂଳକ
ଜିନିଷ ମଧ୍ୟ ମିଳିଥାଏ
ଓଡ଼ିଶାରେ ଅନେକ ଯାତ୍ରା ମଞ୍ଚ ଅଛି ଏବଂ ପ୍ରତି ଜିଲ୍ଲାରେ ପ୍ରାୟତଃ
ଯାତ୍ରା ପରିବେଷଣ କରିବାକୁ ଯାତ୍ରା ଅନୁଷ୍ଟାନ
ଆସିଥାନ୍ତି ।
କୋଣାର୍କ ଗଣନାଟ୍ୟ , ଶିବାନୀ ଗଣନାଟ୍ୟ, ତୁଳସୀ ଗଣନାଟ୍ୟ,
ରଙ୍ଗମହଲ, ଅପେରା ସ୍ଵର୍ଣମହଲ ଏମିତି ଅନେକ ଯାତ୍ରା ପାର୍ଟି ଅଛନ୍ତି ଆମ ଓଡ଼ିଶାରେ
ଯାତ୍ରା ଦେଖିବାକୁ ସକାଳୁ ଆଡଭାନ୍ସ ଟିକେଟ ମଧ୍ୟ ନବାକୁ ପଡିଥାଏ
ନଚେତ ପଛରେ ବସିବାକୁ ପଡେ ଏମତି ଏକ ମହୂର୍ତ ଯାହା ଆଜି
ଆପଣ ମାନେ ଦେଖିବେ ଟିକେଟ ମିଳିଲାନି ଯାତ୍ରା ପ୍ରେମୀ ଙ୍କୁ
କଟକ ଜିଲ୍ଲା ବଡ଼ମ୍ବା ନିକଟସ୍ଥ ଗୋପୀନାଥପୁର ମଞ୍ଚର କିଛି ଦୃଶ୍ୟ
ମୁ ଆଜି ଆପଣ ଙ୍କୁ କହିବାକୁ ଯାଉଛି । ଯୋଉଠି ଯାତ୍ରା ପରିବେଷଣ କରୁଛି
କୋଣାର୍କ ଗଣନାଟ୍ୟ ପ୍ରସିଦ୍ଧ ବାବା ସିଂହନାଥ ପୀଠରେ
ପାଳିତ ହଉଥିବା ମକର ମେଳା ଉପଲକ୍ଷେ ପ୍ରତିବର୍ଷ
ଏହି ଅଞ୍ଚଳକୁ ଯାତ୍ରା ପାର୍ଟି କୁ ନିମନ୍ତ୍ରଣ କରିଥାନ୍ତି




0 Comments